Categories: ମେଟ୍ରୋ

ଚଉପଦୀ, ଛାନ୍ଦ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ,୨୪ା୨( (ବ୍ୟୁରୋ); କଟକର ‘କଳିଙ୍ଗ ଭାରତୀ’ ଓ ବୁଗୁଡାର ‘ଭଞ୍ଜମାଟି’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ରବିବାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ଚଉପଦୀ ଓ ଛାନ୍ଦ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶାର ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ ଶରତ କୁମାର କର ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଛନ୍ତି। କଳିଙ୍ଗ ଭାରତୀର ସଭାପତି ଡ. ରଜତ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ଇଂ. ଚନ୍ଦ୍ରଶେଖର ନନ୍ଦ, ଡ. ଶୈଳେଶ୍ୱର ନନ୍ଦ, ପ୍ରଭାତ କୁମାର ନନ୍ଦ ଭଞ୍ଜ ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ। କଳିଙ୍ଗ ଭାରତୀର ସମ୍ପାଦକ ପୁରୁଷୋତ୍ତମ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉକତ୍ଳ ଛାତ୍ର ସାହିତ୍ୟ ସମାଜର ସମ୍ପାଦକ ଅଂଶୁମାନ କର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୁଗୁଡା ଓ ଭୁବନେଶ୍ୱରର ସଙ୍ଗୀତ ଶିଳ୍ପୀମାନେ ଭଞ୍ଜଙ୍କ ଦ୍ୱାରା ରଚିତ ଚଉପଦୀ ଓ ଛାନ୍ଦ ଗାନ କରିଥିଲେ।