oil lamp or diya with crackers, sweet or mithai, dry fruits, indian currency notes, marigold flower and statue of Goddess Laxmi on diwali night
ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ କାର୍ଯ୍ୟାଳୟ ପାଇଁ ଆସବାବପତ୍ର କିଣିଲେ ଶୁଭ ହୋଇଥାଏ। ଏହି ଅବସରରେ ଶାଗୁଆନ୍ ଓ ଶାଳ କାଠରେ ନିର୍ମିତ ଆସବାବପତ୍ର କିଣିଲେ ଘରର ଉନ୍ନତି ହୋଇଥାଏ । ହାଲ୍କା ରଙ୍ଗର ଆସବାବପତ୍ର ଘର ପାଇଁ ସୌଭାଗ୍ୟ ଆଣିଥାଏ। ଆସବାବପତ୍ରରେ ସ୍ବସ୍ତିକ, ଓଁ, ଲକ୍ଷ୍ମୀପାଦ, ଚକ୍ର, ଶଙ୍ଖ, ଗଦା, ପଦ୍ମଫୁଲ ଆଦି ଖୋଦେଇ ଚିତ୍ର ରହିଥିଲେ ଧନ ଆଗମନର ପଥ ପ୍ରଶସ୍ତ ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।