People wait for stocks of protective face masks to arrive at a pharmacy in Singapore, January 28, 2020. REUTERS/Feline Lim
ସିଙ୍ଗାପୁର,୧୩।୨: କରୋନାଭଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। ଚାଇନା ପରେ ବିଶ୍ୱର ଅନ୍ୟ ଦେଶରେ ମଧ୍ୟ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରାୟ ସବୁ ଦେଶର ସରକାର ଆକ୍ରାନ୍ତଙ୍କୁ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ଏହି କ୍ରମରେ ସିଙ୍ଗାପୁରରେ କରୋନାଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକତ୍ସା ସୁବିଧା ମଧ୍ୟ କରିଛନ୍ତି ସରକାର। ସିଙ୍ଗାପୁର ସରକାର କହିଛନ୍ତି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନାଭାଇରସ ଆକ୍ରାନ୍ତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ସିଙ୍ଗାପୁରରେ ଏବେ କରୋନାଭାଇରସ ସଂକ୍ରମିତଙ୍କ ସଂଖ୍ୟା ୫୦ ଛୁଇଁଛି। ସୂଚନାଯୋଗ୍ୟ, କରୋନାଭାଇରସ ସଂକ୍ରମଣରେ ଚାଇନାରେ ପ୍ରାୟ ୧୧ଶହଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪୦ ହଜାର ଟପି ସାରିଲାଣି।