Categories: Home Leftଖେଳ

ଘରେ ରହି ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଫିଟ୍‌ନେସ ଟିପ୍ସ ଦେଉଛନ୍ତି ଟ୍ରେନର

ନୂଆଦିଲ୍ଲୀ,୨୩।୩- ଭାରତୀୟ କ୍ରିକେଟରମାନେ ଏବେ ଘରେ ଅଛନ୍ତି। କରୋନା ଭାଇରସ୍‌ ଯୋଗୁ ସମସ୍ତ ଜିମ୍‌ ବନ୍ଦ ରହିଛି। ଏଭଳି ସ୍ଥିତିରେ ଖେଳାଳିମାନେ କେଉଁଭଳି ଫିଟ୍‌ ରହିପାରିବେ, ତାହାର ଟିପ୍ସ ଘରୁ ଦେଉଛନ୍ତି ଟିମ୍‌ ଇଣ୍ଡିଆର ଫିଲ୍ଡ କୋଚ୍‌ ଆର. ଶ୍ରୀଧର। ଭାରତୀୟ ଦଳ ପକ୍ଷରୁ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଉକ୍ତ ଭିଡିଓରେ ଶ୍ରୀଧର ପେଟ କମାଇବା ଲାଗି ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳୁଛି। ଘରେ ରହି ଫିଟ୍‌ ରୁହନ୍ତୁ। ଫିଲ୍ଡିଂ କୋଚ୍‌ ଆମକୁ ଟିପ୍ସ ଦେଉଛନ୍ତି ବୋଲି ଏହାର କ୍ୟାପ୍‌ଶନରେ ଲେଖା ରହିଛି। କରୋନା ଯୋଗୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ସମସ୍ତ ଟୁର୍ନାମେଣ୍ଟକୁ ସ୍ଥଗିତ କରିଦେଇଛି। ଫଳରେ ଆଇପିଏଲ ନେଇ ଅନିଶ୍ଚିତତା ଦେଖାଦେଇଛି।