Indian cricketer Manpreet Gony delivers a ball during a Group B match between India and Hong Kong for The Asia Cup at The National Cricket Stadium in Karachi on June 25, 2008. Suresh Raina and Mahendra Singh Dhoni hit aggressive hundreds as India punished a hapless Hong Kong by piling 374-4 in their Group B match. The 27-year-old Raina compiled 68-ball 101 for his maiden century while Dhoni notched an unbeaten 96-ball 109 as both shared a rapidfire 166-run fourth wicket stand after India won the toss and decided to bat on a slow pitch. AFP PHOTO/Aamir QURESHI (Photo credit should read AAMIR QURESHI/AFP/Getty Images)
ନୂଆଦିଲ୍ଲୀ,୨୫।୬- ଗ୍ଲୋବାଲ ଟି୨୦ କାନାଡା ଲିଗ୍ର ଟରୋଣ୍ଟୋ ନ୍ୟାଶନାଲ୍ସ ଦଳର ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥିବା ପୂର୍ବତନ ପେସର ମନପ୍ରୀତ ଗୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଯୁବରାଜ ସିଂଙ୍କ ପରେ ଦ୍ୱିତୀୟ ପଞ୍ଜାବୀ କ୍ରିକେଟର ଭାବେ ସେ ଅବସର ଘୋଷଣା କରିଛନ୍ତି। ଟରୋଣ୍ଟୋ ନ୍ୟାଶନାଲ୍ସ ଖେଳାଳିଙ୍କ ତାଲିକାରେ ଯୁବରାଜଙ୍କ ନାମ ମଧ୍ୟ ରହିଛି। ଗ୍ଲୋବାଲ ଟି୨୦ କାନାଡା ଲିଗ୍ର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁଲାଇ ୨୫ ତରିଖରୁ ଆରମ୍ଭ ହେବ। ୩୬ ବର୍ଷୀୟ ଗୋନୀ ଭାରତ ପକ୍ଷରୁ ଦୁଇଟି ଦିନିକିଆ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଛନ୍ତି। ୬୧ ପ୍ରଥମ ଶ୍ରେଣୀ ଓ ୯୦ ଟି୨୦ ମ୍ୟାଚ୍ ଖେଳିଛନ୍ତି। ବିସିସିଆଇର ନିୟମ ଅନୁଯାୟୀ କୌଣସି ବିଦେଶୀ ଲିଗ୍ରେ ଖେଳିବାକୁ ହେଲେ ଖେଳାଳିଙ୍କୁ ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ନେବା ଦରକାର। ନ ହେଲେ ଖେଳାଳିଙ୍କୁ ଏନ୍ଓସି ମିଳିବ ନାହିଁ।