Categories: Home Leftଖେଳ

ଗୋଟିଏ ନିଷ୍ପତ୍ତି ବହୁ କ୍ରିକେଟରଙ୍କ କ୍ୟାରିୟର ଶେଷ କରିଦେଲା

ହରାରେ,୧୯ା୭- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଜିମ୍ବାଓ୍ବେ କ୍ରିକେଟକୁ ସସ୍‌ପେଣ୍ଡ କରିଛି। ଆଇସିସିର ଏଭଳି ନିଷ୍ପତ୍ତି ଜିମ୍ବାଓ୍ବେର ପ୍ରାୟ କ୍ରିକେଟରଙ୍କ କ୍ୟାରିୟରକୁ ଶେଷ କରି ଦେଇଛି। କ୍ରିକେଟର ସିକନ୍ଦର ରାଜା ଏ ସମ୍ପର୍କରେ ଟୁଇଟ୍‌ କରି କହିଛନ୍ତି, ଏଭଳି ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ିବି ବୋଲି ଚିନ୍ତା କରି ନ ଥିଲି। କେଉଁ ଭଳି ଏକ ନିଷ୍ପତ୍ତି ଗୋଟିଏ ଦଳକୁ ଅଜଣା କରିଦେଲା। ଏହାଦ୍ୱାରା ବହୁ କ୍ରିକେଟର ଓ ଲୋକ ରୋଜଗାର ହରାଇ ବସିଲେ, ଯାହାକି ବହୁ ପରିବାରକୁ ପ୍ରଭାବିତ କରିବ। ଏହା ବହୁ କ୍ରିକେଟରଙ୍କ କ୍ୟାରିୟରର ଶେଷ କରିଦେଇଛି ବୋଲି ରାଜା ଟୁଇଟ୍‌ କରିଛନ୍ତି। ସେହିଭଳି ପୂର୍ବତନ ଅଧିନାୟକ ବ୍ରେଣ୍ଡନ ଟେଲର ଲେଖିଛନ୍ତି, ଜିମ୍ବାଓ୍ବେ କ୍ରିକେଟକୁ ସସ୍‌ପେଣ୍ଡ କରିବା ଆଇସିସିର ନିଷ୍ପତ୍ତି ହୃଦୟବିଦାରକ। ଆମକୁ କୌଣସି ସରକାରୀ ସହାୟତା ମିଳୁନାହିଁ। ବହୁ ଖେଳାଳି, ସପୋର୍ଟ ଷ୍ଟାଫ, ଗ୍ରାଉଣ୍ଡ ଷ୍ଟାଫ ବେକାରି ହୋଇଗଲେ। ଉଲ୍ଲେଖଥାଉ କି, ଦୁର୍ନୀତି ଅଭିଯୋଗ ଆସିବା ପରେ ଜିମ୍ବାଓ୍ବେ କ୍ରିକେଟର ସମସ୍ତ କର୍ମକର୍ତ୍ତାଙ୍କୁ ବହିଷ୍କୃତ କରିବା ସହ ଏକ ସରକାରୀ ଏଜେନ୍ସି ସ୍ପୋଟର୍‌ସ ଆଣ୍ଡ୍‌ ରିକ୍ରିଏଶନ କମିଟି (ଏସ୍‌ଆର୍‌ସି) ପରିଚାଳନା ଦାୟିତ୍ୱ ହାତକୁ ନେଇଛି। ଯାହାଫଳରେ ଦେଶ ଆଇସିସିର ଧାରା ୨.୪ (ସି) ଏବଂ ଡି’ର ଉଲ୍ଲଂଘନ କରିଛି।