Categories: Home Leftଖେଳ

ଗେଲ୍‌ଙ୍କ ପ୍ରତି ନାହିଁ ସହାନୁଭୂତି

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଗତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଅବସର ନେବେ ବୋଲି ଘୋଷଣା କରିଥିଲେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌। ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଗେଲ୍‌ଙ୍କ ଜନ୍ମସ୍ଥାନ ଜାମାଇକାର ସାବିନା ପାର୍କଠାରେ ଖେଳାଯିବା କାର୍ଯ୍ୟକ୍ରମ ଅଛି। ଏହାସତ୍ତ୍ୱେ ୩୯ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ଟେଷ୍ଟ ଦଳରେ ସ୍ଥାନ ଦିଆଯାଇ ନାହିଁ। ଏହା ଦର୍ଶାଉଛି, ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ଗେଲ୍‌ଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ। ପୋର୍ଟ ଅଫ୍‌ ସ୍ପେନ୍‌ଠାରେ ବୁଧବାର ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍‌ର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଖେଳାଯିବ। ଏହା ବାମହାତୀ ବ୍ୟାଟ୍ସମ୍ୟାନଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇପାରେ। ୨୦୧୪ ସେପ୍ଟେମ୍ବରରେ ଅନ୍ତିମ ଟେଷ୍ଟ ଖେଳିଥିବା ବାମହାତୀ ଓପନର କ୍ୟାରିୟରରେ ୧୦୩ ଟେଷ୍ଟ ଖେଳିଛନ୍ତି। ୧୫ ଶତକ ସହ ୭,୨୧୪ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୩୩୩।