Categories: Home Leftଖେଳ

ଗୁଣେଶ୍ୱରନ ବିଜୟୀ

ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତ ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ତୁର୍କୀରେ ଆଣ୍ଟାଲ୍ୟା ଓପନ୍‌ ଏଟିପି ୨୫୦ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସୋମବାର ପ୍ରତିଯୋଗିତାର ଏକ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚରେ ସେ ସର୍ବିୟାର ଜାଙ୍କୋ ଟିପ୍‌ସେରାଭିଚ୍‌ଙ୍କୁ ୬-୦, ୭-୬ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ଆମେରିକାନ କ୍ୱାଲିଫାୟର ଜେସି ଆରେଗୋନ୍‌ କିମ୍ବା ସ୍ପେନ୍‌ର ରବର୍ଟୋ କାର୍ବାଲେସ୍‌ ବାଏନାଙ୍କ ସହିତ ମୁକାବିଲା କରିବେ। ଅନ୍ୟପକ୍ଷରେ ଲଣ୍ଡନଠାରେ ଓ୍ବିମ୍ବେଲଡନ ପାଇଁ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ କ୍ୱାଲିଫାୟର ପ୍ରଥମ ରାଉଣ୍ଡରେ ସାକେତ ମାଇନେନି ତାଙ୍କ ମ୍ୟାଚ ହାରିଯାଇଛନ୍ତି। ସ୍ପେନର ଗୁଇଲରମୋ ଗାର୍ସିଆ ଲୋପେଜଙ୍କ ବିପକ୍ଷ ମ୍ୟାଚରେ ସେ ୨ଘଣ୍ଟା ୨୨ମିନିଟ ଧରି ଲଢେଇ ପରେ ୪-୬, ୬-୪, ୫-୭ ସେଟ୍‌ରେ ପରାଜିତ ହୋଇଯାଇଥିଲେ।