Gandhinagar: Congress party Candidate Shaktisinh Gohil and Bharatsinh Solanki during their nomination file for Rajya Sabha election in Gandhinagar on Friday, March 13, 2020.
ଗାନ୍ଧୀନଗର,୧୬।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଗୁଜରାଟ କଂଗ୍ରେସର ଆଉ ଜଣେ ବିଧାୟକ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହାସହିତ ଗୁଜରାଟରେ ଏପର୍ଯ୍ୟନ୍ତ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ରବିବାର ୪ଜଣ ବିଧାୟକ ଇସ୍ତଫା ଦେଇଥିବା ବେଳେ ସୋମବାର କଂଗ୍ରେସ ବିଧାୟକ ମଙ୍ଗଳ ଗାମିତ ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ଅସନ୍ତୋଷ ପ୍ରକାଶ କରି ଉକ୍ତ ବିଧାୟକ ଏଭଳି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, କଂଗ୍ରେସରେ ଏବେ ଦଳ କନ୍ଦଳ ଚାଲୁଥିବା ବେଳେ ଏହାରି ଭିତରେ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ନିଜର ତୃତୀୟ ପ୍ରାର୍ଥୀକୁ ମଇଦାନକୁ ଓହ୍ଲାଇପାରେ ବୋଲି କୁହାଯାଉଛି। ମାର୍ଚ୍ଚ ୨୬ରେ ରାଜ୍ୟ ସଭା ନିର୍ବାଚନ ପାଇଁ ମତଦାନ ହେବ। ସୂଚନା ମୁତାବକ ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭାରେ ଭାଜପା ନିକଟରେ ୧୦୩, କଂଗ୍ରେସ ନିକଟରେ ୭୩ ବିଧାୟକ ରହିଛନ୍ତି। ତେବେ ରାଜ୍ୟ ସଭାର ୪ଟି ଆସନ ପାଇଁ ବର୍ତ୍ତମାନ ଭାଜପା ନିକଟରେ ୩ ଓ କଂଗ୍ରେସ ନିକଟରେ ୧ ଆସନ ରହିଥିବା ଜଣାପଡ଼ିଛି। ରାଜ ସଭାରେ ପ୍ରାର୍ଥୀ ଚୟନ ପାଇଁ ୩୭ ଭୋଟ ଆବଶ୍ୟକ ରହିଥିବା ବେଳେ ଏହା ଏବେ ଉଭୟ ଦଳଙ୍କ ପାଖରେ ରହିଛି।