ଗାଡି ଡିକି ଭାଙ୍ଗି ଲୁଟି ନେଲେ ସୁନା ଅଳଙ୍କାର

ବିଞ୍ଝାରପୁର,୪ା୧୨(ଡି,ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇନ୍ଦା ଛକରେ ସୁନା ଅଳଙ୍କାର ଦୋକାନ କରିଥିବା ଶ୍ୟାମସୁନ୍ଦର ସାହୁଙ୍କ ଗାଡି ଡିକ ଭାଙ୍ଗି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଶ୍ୟାମ ସୁନ୍ଦର ଗାଡିରେ ସୁନା ଅଳଙ୍କାର ରଖି ଦୋକାନରେ ଚାବି ପକାଉଥିଲେ। ଏହି ସମୟରେ ଲୁଟେରାମାନେ ତାଙ୍କ ବାଇକ୍‌ ଡିକି ଭାଙ୍ଗି ଅଳଙ୍କାର ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏ ନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛି।

Share
Tags: jajpur