Categories: Home Leftଖେଳ

ଗଲ୍ଫ ପରେ ବିଲିଆଡର୍‌ସ ଖେଳିଲେ ଧୋନୀ

ରାଞ୍ଚ,୨୯।୯: ୨୦୧୯ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଜାତୀୟ ଦଳରେ ଦେଖିବାକୁ ମିଳିନାହିଁ। ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କ ଅବସର ନେଇ ଅନିଶ୍ଚିତତା ଜାରି ରହିଛି। କିନ୍ତୁ ବିଶ୍ୱର ସଫଳତମ ଅଧିନାୟକ ଧୋନୀଙ୍କୁ ଗତ କିଛିମାସ ହେଲା ବିଭିନ୍ନ କ୍ରୀଡ଼ାରେ ଭାଗ୍ୟ ପରୀକ୍ଷା କରୁଥିବାର ଦେଖିବାକୁ ମିଳିଛି। ନିକଟରେ ଧୋନୀ ଗଲି କ୍ରିକେଟ ଖେଳୁଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ଏବେ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏଶନ (ଜେଏସ୍‌ସିଏ) ଇନ୍‌ଡୋର ଷ୍ଟାଡିୟମରେ ବିଲିୟାଡର୍‌ସ ଖେଳୁଥିବାର ନଜର ଆସିଛନ୍ତି। ଏଥିପୂର୍ବରୁ ଆମେରିକାରେ ଗଲ୍ଫ ଖେଳୁଥିବାର ଦେଖାଯାଇଥିଲା। ୩୮ ବର୍ଷୀୟ ଧୋନୀ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ ଉପଲବ୍ଧ ନାହାନ୍ତି। ଦିନିକିଆରେ ୧୦ ହଜାର ପୂରଣ କରିସାରିଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଓ୍ବେଷ୍ଟଇଣ୍ଡିଜ ଓ ଚଳିତ ଦକ୍ଷିଣ ଆଫ୍ରିକା ସିରିଜ୍‌ ଲାଗି ଉପଲବ୍ଧ ହୋଇ ନ ଥିଲେ। ତେବେ ଧୋନୀ ଡିସେମ୍ବରରେ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିପାରନ୍ତି।