ଗରିବ, ଅସହାୟଙ୍କୁ ମାସ୍କ

ବରଗଡ଼ ଅଫିସ୍‌,୨।୫: ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡ୍‌ର ବରଗଡ଼ ଶାଖା ଗରିବ, ଅସହାୟଙ୍କୁ ମାସ୍କ ବାଣ୍ଟିଛି । ଭାଗୀରଥି ମହାରଣାଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଗାନ୍ଧୀଛକ, କଚେରୀ ଛକ, ଭଟଲି ରୋଡ୍‌ ଛକ, ରାଣାପ୍ରତାପ ସ୍କୁଲ ସମ୍ମୁଖ ଆଦି ସ୍ଥାନରେ ୨ହଜାର ମାସ୍କ ବଣ୍ଟା ଯାଇଛି। ଡୋଲାମଣି ଶତପଥୀ, ଗଣେଶ ନାଏକ, ଆଦିକନ୍ଦ ସ୍ବାଇଁ, ଡାକ୍ତର ଭୋଇ, ପ୍ରଧାନ ଶିକ୍ଷୟିତ୍ରୀ ନମିତା ବଡ଼ପଣ୍ଡା, ଗୋପବନ୍ଧୁ ପୁରୋହିତ ପ୍ରମୁକ ଏଥିରେ ସହଯୋଗ କରିଥିଲେ।

Share