ଗଣ୍ଠିଆପାଲିରେ ଅବାଧ ମଦ କାରବାର : ଜିଲାପାଳଙ୍କଠାରେ ଫେରାଦ ହେଲେ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା

ବରଗଡ଼ ଅଫିସ,୨୯।୭ : ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମରେ ଅବାଧରେ ଚୋରାମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଜିଲାପାଳ କାର୍ଯ୍ୟାଳୟକୁ ଆସି ଫେରାଦ ହୋଇଛନ୍ତି ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅନୁପସ୍ଥିତିରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତୀବାସ ରାଉତ ସେମାନଙ୍କଠାରୁ ଏକ ସ୍ମାରକପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି।

Share