Close-up Of Male Doctor Filling The Medical Form
ଛତ୍ରପୁର, ୧୮ା୪(ଡି.ଏନ୍.ଏ.)- କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାର ପ୍ରତ୍ୟେକ ଘରକୁ ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ସର୍ଭେ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ପ୍ରତ୍ୟେକ ଓ୍ବାର୍ଡରେ ଅଙ୍ଗନଓ୍ବାଡି, ଆଶା କର୍ମୀ, ଶିକ୍ଷକଙ୍କୁ ନେଇ ଗଠିତ ଟିମ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିଲେ। ଏ ପର୍ଯ୍ୟନ୍ତ ଜିଲାର ୭,୮୫,୬୬୬ ଘରେ ୩୩,୩୧,୪୯୨ ଜଣଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଗଲାଣି ବୋଲି ଡିଆରଡିଏ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆବଶ୍ୟକ ପଡିଲେ ରାପିଡ଼ ରେସପନ୍ସ ଟିମ ଘରକୁ ଯାଇ ଚିକିତ୍ସା କରୁଛନ୍ତି। ଅନ୍ୟପକ୍ଷରେ ଜିଲାରେ ୪୯୧୫ ଜଣ ହୋମ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୪୦୫ ଜଣ ବିଭିନ୍ନ ଆଇସୋଲେଶନ ସେଣ୍ଟରରେ ରହିଛନ୍ତି। ୭୧୨ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିବାବେଳେ କାହାରି ଠାରେ ପଜିଟିଭ ମିଳିନି । ଲକଡାଉନ୍ ନିୟମ ଉଲ୍ଲଂଘନ ପାଇଁ ଶୁକ୍ରବାର ୭୧ଟି ଗାଡି ଜବତ କରାଯାଇଛି। ମାସ୍କ ପିନ୍ଧି ନ ଥିବାରୁ ୧୨୯ ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।