Categories: ଅନୁଗୋଳ

ଗଁ। ରେ ପଶି ଜୀବନ ନେଲା ହାତୀ

କଣିହାଁ,୨୯।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ରେଙ୍ଗାଳି ଥାନା କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ଶନିବାର ସାରେ ହାତୀ ଆକ୍ରମଣରେ ନବକିଶୋର ସେଠୀଙ୍କ ମୃତ୍ୟୁ ହୋଇଛି। ଅସାଧୁ ନାୟକଙ୍କ ଚାଳ ଛପର ହାତୀ ଭାଙ୍ଗି ଦେଇଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।
ଘଟଣାରୁ ଜଣାପଡ଼ିଛି, ଦେବଗଡ଼ ଜିଲା ବନାଞ୍ଚଳରୁ ଏକ ହାତୀପଲ ବାଟବଣା ହୋଇ ଦୀର୍ଘଦିନ ହେବ କଣିହାଁ ବନାଞ୍ଚଳରେ ରହିଛନ୍ତି। ଶନିବାର ଏକ ହାତୀ ଓଳନ୍ଦା ଗ୍ରାମରେ ପଶି ପ୍ରଥମେ ଗ୍ରାମ ମୁଣ୍ଡରେ ରହୁଥିବା ଅସାଧୁ ନାୟକଙ୍କ ଛପର ଘରକୁ ଭାଙ୍ଗିଦେଇଥିଲା। ଏହି ସମୟରେ ହାତ ଧୋଇବାକୁ ବାହାରକୁ ଆସିଥିବା ସେହି ଗ୍ରାମର ନବକିଶୋର ସେଠୀଙ୍କୁ ହାତୀ ଦଳି ମାରି ଦେଇଥିଲା। ଏ ନେଇ ରେଙ୍ଗାଳି ଫରେଷ୍ଟର ସରସ୍ବତୀ ବେହେରା କୁହନ୍ତି, ନବକିଶୋରଙ୍କ ମୃତ୍ୟୁ ହୋଇଛି। ତାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ଘଟଣାର ତଦନ୍ତ ଚାଲିଛି। ରେଙ୍ଗାଳି ଥାନା ଆଇଆଇସି ସରୋଜକାନ୍ତ ସାମଲ କୁହନ୍ତି, ଖବରପାଇ ଥାନା ଷ୍ଟାଫ ଘଟଣାସ୍ଥଳକୁ ଯାଇଛନ୍ତି। ଏହାର ତଦନ୍ତ କରିବି। କୁଳୁମା ସରପଞ୍ଚ ନିଶାକର ବିଶ୍ୱାଳ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।