Salt on wooden background
ଖାଦ୍ୟ ଉପରେ ଅଧିକ ଲୁଣ ସିିଞ୍ଚି ଖାଉଥିବା ଲୋକେ ସାବଧାନ ହୋଇଯାନ୍ତୁ। ଏହାଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଲୁଣ ଏଭଳି ଏକ ଜିନିଷ ଯାହାର ସେବନ ଉପଯୁକ୍ତ ମାତ୍ରାରେ ଏବଂ ସମୟରେ ହେବା ଆବଶ୍ୟକ। ନଚେତ୍ ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଖାଦ୍ୟରେ ଲୁଣ ମାତ୍ରା କମ୍ ବା ଅଧିକ ହେଲେ, ତାହା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ରକ୍ତଚାପ, ମୋଟାପଣ ଓ ଆଜ୍ମା ଭଳି ରୋଗ ହେବାର ଆଶଙ୍କା ଥାଏ। ଅନ୍ୟପକ୍ଷରେ ଖାଦ୍ୟ ପାଖରେ ଅଲଗା ଲୁଣ ରଖି ଖାଇବା ଦ୍ୱାରା ହୃଦ୍ରୋଗ, କିଡ୍ନୀ ରୋଗ ଏବଂ ରନ୍ଧା ଖାଦ୍ୟ ଉପରେ ଲୁଣ ସିିଞ୍ଚି ଖାଇଲେ ବଦହଜ୍ମୀ ଆଶଙ୍କା ଅଧିକ ଥାଏ।