ଖବରଦାତାଙ୍କ ରିପୋର୍ଟ ଆସିଲା ପଜିଟିଭ

ବେଙ୍ଗାଲୁରୁ,୨୫।୪: କର୍ନାଟକ ମେଡିକାଲ ଶିକ୍ଷାମନ୍ତ୍ରୀ ଡାକ୍ତର କେ. ସୁଧାକର ଶନିବାର ସୂଚନା ଦେଇ କହିଛନ୍ତି, ବେଙ୍ଗାଲୁରୁ ସହରାଞ୍ଚଳର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟାରେ ଆସିଥିବା ୧୫ ସଂକ୍ରମିତଙ୍କ ମଧ୍ୟରେ ଖବରଦାତା ଜଣଙ୍କ ଅଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ କର୍ନାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୮୯। ଦେଶରେ ଏବେସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ହଜାର ଅତିକ୍ରମ କରି ସାରିଥିବା ବେଳେ କର୍ନାଟକର ସ୍ଥିତି ଭଲ ରହିଛି ବୋଲି କୁହାଯାଉଛି। ହେଲେ ମହାରାଷ୍ଟ୍ରରେ କରୋନା ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି।