Categories: Home Leftଖେଳ

କ୍ୱାର୍ଟରରେ ମନିକା ବାତ୍ରା

ବୁଦାପେଷ୍ଟ,୨୧।୨- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ମନିକା ବାତ୍ରା ବିଶ୍ୱର ୨୬ତମ ର଼୍ୟାଙ୍କ ଚେନ ଜୁ ୟୁଙ୍କୁ ହରାଇ ଦେଇଛନ୍ତି। ବିଜୟ ସହ ବାତ୍ରା ଆଇଟିଟିଏଫ୍‌ ଓ୍ବାଲର୍‌ଡ ଟୁର ହଙ୍ଗେରିଆନ ଓପନର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଭାରତର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଜି. ସାଥିଆ ମଧ୍ୟ ପ୍ରିକ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ସେ ୪-୦ (୧୧-୬, ୧୧-୬, ୧୧-୯, ୧୧-୨) ଗେମ୍‌ରେ ବିଶ୍ୱର ୬୧ତମ ର଼୍ୟାଙ୍କ ଇରାନର ନୋଶାଦ ଆଲମିୟାନଙ୍କୁ ପରାସ୍ତ କରିଛନ୍ତି। ୨୪ ବର୍ଷୀୟା ମନିକା ଏବେ ଆଇଟିଟିଏଫ୍‌ ବିଶ୍ୱର ୬୭ତମ ସ୍ଥାନରେ ଅଛନ୍ତି। ସେ ଚେନଙ୍କୁ ୪-୩ (୯-୧୧, ୪-୧୧, ୭-୧୧, ୧୨-୧୦, ୧୧-୯, ୧୧-୭, ୧୪-୧୨) ସେଟ୍‌ରେ ଅଲିମ୍ପିକ୍‌ ହଲଠାରେ ହରାଇ ଦେଇଛନ୍ତି। ବାତ୍ରା ପ୍ରଥମ ୩ ଗେମ ହରାଇବା ପରେ ମ୍ୟାଚ୍‌କୁ ଫେରିଥିଲେ। ଆଗାମୀ ମ୍ୟାଚ୍‌ରେ ବାତ୍ରା ବିଶ୍ୱର ୧୧ ନମ୍ବର ର଼୍ୟାଙ୍କପ୍ରାପ୍ତ ହିରୋନା ମିଉଙ୍କୁ ଭେଟିବେ। ଏହାବାଦ୍‌ ପୁରୁଷ ଡବଲ୍ସ ବର୍ଗରେ ମଧ୍ୟ ସାଥିଆ ତାଙ୍କ ସାଥି ଆଚାନ୍ତ ଶରଥ କମଲଙ୍କ ସହ ସେମିଫାଇନାଲ ଦୌଡ଼ରେ ଅଛନ୍ତି। ଦୁହେଁ କ୍ୱାର୍ଟର ଫାଇନାଲରେ ହଙ୍ଗେରିର ଆଡାମ ଜୁଦି ଓ ନନଡୋର ଇକସେକିଙ୍କ ଯୋଡ଼ିକୁ ଭେଟିବେ।

Share