Categories: ଅନୁଗୋଳ

କ୍ୱାରାଣ୍ଟାଇନ କେନ୍ଦ୍ରରେ ରଜ ପାଳିଲେ ୪୮ ପ୍ରବାସୀ

ବଅଁରପାଳ,୧୪।୬(ଡି.ଏନ.ଏ.)-ବଅଁରପାଳସ୍ଥିତ ପିବିକେ ହାଇସ୍କୁଲରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରବିବାର ୪୮ ଜଣ ପ୍ରବାସୀ ରଜ ଉତ୍ସବ ପାଳନ କରିଛନ୍ତି। ମୁଖ୍ୟଅତିଥି ଭାବେ ବଅଁରପାଳ ବିଡିଓ ଏଲିଜା ମିଶ୍ର, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଫକୀର ନାୟକ ଯୋଗ ଦେଇଥିଲେ। କ୍ୱାରାଣ୍ଟାଇନ କେନ୍ଦ୍ରରେ ରହୁଥିବା ୪୮ ଜଣ ମହିଳାଙ୍କୁ ରଜ ପାଳନ ପାଇଁ ଶନିବାର ସିନ୍ଦୁର, ଅଳତା, ମେହେନ୍ଦୀ, ଟିକିଲି ଆଦି ସାମଗ୍ରୀ ପ୍ରଦାନ କରାଯାଇଥିଲା। ଆଜି ସକାଳେ ପ୍ରବାସୀଙ୍କ ପାଇଁ ବିଭିନ୍ନ ପିଠା ପଣାର ଆୟୋଜନ କରାଯାଇଥିଲା। ପୋଡ଼ ପିଠା, ଚକୁଳି, ରସଗୋଲା, ଆରିସା, ଇଟିଲି ସମେତ ବିଭିନ୍ନ ପୀଠା ଓ ରଜପାନ ପ୍ରସ୍ତୁତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏମ ବିକେ ପ୍ରବାସୀ ମିଶ୍ର, ସାମାଜିକ କର୍ମୀ ଅଭୟ ସେନାପତି, ନୋଡାଲ ଅଫିସର ଶୁକ୍ରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।