Categories: Home Leftଖେଳ

କ୍ୟାଚ୍‌ ନ ଧରି ବ୍ୟାଟ୍ସମ୍ୟାନଙ୍କୁ ମାଡ଼ି ବସିଲେ ଉଇକେଟକିପର

ଦୁବାଇ,୯।୩- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ ରବିବାର କରାଚୀ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌କୁ କ୍ୱାଲଣ୍ଡର୍ସ ଲାହୋର ୮ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ କରାଚୀ କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୮ ରନ୍‌ର ଟାର୍ଗେଟର ପିଛା କରୁଥିବାବେଳେ ଏକ କୌତୂହଳପୂର୍ଣ୍ଣ ଘଟଣା ଘଟିଥିଲା। ବିଜୟୀ ଲାହୋର ଦଳ ପାଇଁ ବିସ୍ଫୋରକ ୯୯ ରନ୍‌ର ଇନିଂସ ଖେଳିଥିଲେ ବେନ ଡଙ୍କ। ତାଙ୍କ ଇନିଂସରେ ଥିଲା ୧୨ ଛକା ଓ ୩ ଚୌକା। ଏହି ଇନିଂସ ଅବସରରେ ସେ ଏକ ଜୀବନ ଦାନ ପାଇଥିଲେ। ସେ ପ୍ରତିପକ୍ଷ ସ୍ପିନର ଡେଲପୋର୍ଟଙ୍କ ବଲକୁ ସୁଇପ ଶଟ୍‌ ଖେଳିଥିଲେ। କିନ୍ତୁ ବଲ ତାଙ୍କ ବ୍ୟାଟରେ ବାଜି ଉପରକୁ ଉଠି ଯାଇଥିଲ। କ୍ୟାଚ ଧରିବା ଲାଗି ଉଇକେଟକିପର ଚାଦଓ୍ବିକ ଓ୍ବାଲଟନ ଆଗେଇ ଯାଇଥିଲେ। ହେଲେ ବଲ ବ୍ୟାଟ୍ସମ୍ୟାନଙ୍କ ଉପରେ ପଡ଼ିଥିଲା। ଉଇକେଟକିପର ଓ୍ବାଲଟନ କ୍ୟାଚ୍‌ ନ ଧରି ପାରି ବ୍ୟାଟ୍ସମ୍ୟାନଙ୍କୁ ମାଡ଼ି ବସିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଯାଇଛି।