The dead man's body. Focus on hand
ବ୍ରହ୍ମପୁର ଅଫିସ,୫।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ଖଜୁରିଆ ଜାତୀୟ ରାଜପଥ କଡରେ ଥିବା ଏକ ବୁଦାମୂଳରୁ ଗୋସାଣି ନୂଆଗାଁ ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଛି। ଯୁବକଙ୍କ ପରିଚୟ ମିଳି ନ ଥିବାବେଳେ ତାଙ୍କ ବୟସ ପାଖାପାଖି ୩୫ ହେବ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ମୃତଦେହ ଜବତ କରି ୧୮/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି। ମୃତଦେହ ପଞ୍ଚନାମାବେଳେ ଯୁବକଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଥିବା ପୋଲିସ ଦେଖିବାକୁ ପାଇଛି। କ୍ଷତ ଚିହ୍ନ ଦେଖି ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଗୁରୁବାର ଥାନାଧିକାରୀ ସୁମିତ କୁମାର ସୋରେନ କହିଛନ୍ତି। ମୃତକଙ୍କ ପରିଚୟ ମିଳି ନ ଥିବାରୁ ପୋଲିସ ପାଇଁ ଏହା ଏବେ ଚାଲେଞ୍ଜ ହୋଇପଡିଛି । ଯୁବକ ଜଣଙ୍କ କିଏ ଓ ତାଙ୍କୁ କାହିଁକି ହତ୍ୟା କରାଗଲା ସେ ନେଇ ପୋଲିସ ଏବେ ତନାଘନା ଚଳାଇଛି। ଅନ୍ୟପଟେ ଯୁବକଙ୍କୁ ଅନ୍ୟ ଯାଗାରେ ହତ୍ୟା କରାଯିବା ପରେ ତାଙ୍କୁ ଆଣି କ୍ଷେତର ଏକ ବୁଦାମୂଳେ ଫିଙ୍ଗିଦେଇ ଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।