Categories: ମେଟ୍ରୋ

କ୍ଷିତିଭୂଷଣ ଦାସ ହେଲେ ଇଗ୍ନୋର ପ୍ରୋ-ଭାଇସ ଚାନ୍‌ସେଲର

ଭୁବନେଶ୍ୱର, ୨୧।୭(ବ୍ୟୁରୋ): କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ପ୍ରଫେସର କ୍ଷିତିଭୂଷଣ ଦାସଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ନୂଆଦିଲ୍ଲୀର ପ୍ରୋ-ଭାଇସ ଚାନ୍‌ସେଲର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଦାସ ବର୍ତ୍ତମାନ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ସୋସିଆଲ ସାଇନ୍ସ ରସର୍ଚ୍ଚ(ଆଇସିଏସ୍‌ଏସ୍‌ଆର୍‌)ର ନ୍ୟାଶନାଲ ଫେଲୋ ଅଛନ୍ତି। ଏଥିସହିତ ନ୍ୟାଶନାଲ କାଉନସିଲ୍‌ ଫର୍‌ ଟିଚର ଏଜୁକେଶନ(ଏନ୍‌ସିଟିଇ)ର ଇଷ୍ଟର୍ନ ରିଜିଓନାଲ କମିଟିର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସେ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ, ବିଭାଗୀୟ ମୁଖ୍ୟ ଥିଲେ। ସେହିପରି କୁଳସଚିବ, ନିର୍ଦ୍ଦେଶକ ଭାବେ ମଧ୍ୟ ବିଭିନ୍ନ ପ୍ରଶାସନିକ ଦାୟିତ୍ୱ ତୁଲାଇଛନ୍ତି। ପ୍ରଫେସର ଦାସ ୟୁନିଭର୍ସିିଟି ଅଫ୍‌ ମରିଶସ୍‌ରେ ଅତିଥି ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିବା ସହିତ ଜାପାନ, ୟୁକେ, ଫ୍ରାନ୍ସରେ ନିମନ୍ତ୍ରିତ ବକ୍ତା ଭାବେ ଯୋଗଦେଇଛନ୍ତି। ଜଣେ ଗବେଷକ ଭାବେ ତାଙ୍କର ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଛି।