କ୍ରିଷ୍ଣାଗିରିରୁ ଫେରିଲେ ୧୪୬୩ ପ୍ରବାସୀ

ଖୋର୍ଦ୍ଧା ଅଫିସ,୨୪ା୫: କ୍ରିଷ୍ଣାଗିରିରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ଶନିବାର ବିଳମ୍ବିତ ରାତିରେ ପହଞ୍ଚିଥିଲା। ଏହି ଟ୍ରେନରେ ୬ଟି ଜିଲାର ୧୪୬୩ ଜଣ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କଟକ ୫୫,ଗଞ୍ଜାମ ୧୨୯, ଜଗତସିଂହପୁର ୩୧,ଖୋର୍ଦ୍ଧା ୨୧,କେନ୍ଦ୍ରାପଡ଼ା ୪୫ ଏବଂ ପୁରୀରୁ ସର୍ବାଧିକ ୧୧୮୨ଜଣ ରହିଛନ୍ତି। ଷ୍ଟେଶନରେ ଏମାନଙ୍କ ଥର୍ମାଲ ସ୍କ୍ରିନିଂ, ପଞ୍ଜୀକରଣ, ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଡାହାଣ ହାତରେ ଷ୍ଟାମ୍ପ୍‌ ଲଗାଯାଇ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ଜିଲାକୁ ପଠାଇ ଦିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।