Categories: Home Leftଖେଳ

କ୍ରିକେଟରୁ ବିରତି ନେଲେ ଦେଶର ଅନ୍ୟତମ ଧନୀ ଶିଳ୍ପପତି ବିର୍ଲାଙ୍କ ପୁଅ

ନୂଆଦିଲ୍ଲୀ,୨୧।୧୨- ଦେଶର ଅନ୍ୟତମ ଧନୀ ଶିଳ୍ପପତି ମଙ୍ଗଲମ ବିର୍ଲାଙ୍କ ପୁଅ ଆର୍ଯ୍ୟମାନ କ୍ରିକେଟରୁ ବିରତି ନେଇଛନ୍ତି। ମାନସିକ ସମସ୍ୟା ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ ବିଭିନ୍ନ ବୟସ ଗ୍ରୁପରେ ଭଲ ପ୍ରଦର୍ଶନ କରିବା ପରେ ୨୦୧୭ରେ ମଧ୍ୟପ୍ରଦେଶ ପାଇଁ ରଣ୍‌ଜୀ ପଦାର୍ପଣ କରିଥିଲେ। ସେବେଠାରୁ ଚଳିତବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ସେ କ୍ରମାଗତ କ୍ରିକେଟ ଖେଳିଛନ୍ତି। ଏବେ ଆର୍ଯ୍ୟମାନ ନିଜ ମାନସିକ ଅବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦେବେ। ନିକଟରେ ସମାନ କାରଣ ଯୋଗୁ କ୍ରିକେଟରୁ ଦୂରେଇ ଯାଇଥିଲେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସଓ୍ବେଲ। କଡ଼ା ପରିଶ୍ରମ ଓ ଅଭ୍ୟାସ ଯୋଗୁ ଏପର୍ଯ୍ୟନ୍ତ ପହଞ୍ଚତ୍ ପାରିଛି। ଏବେ ମୁଁ ମାନସିକ ସ୍ତରରେ ସୁସ୍ଥ ହେବାକୁ ଚାହେଁ। ଏଣୁ ଅନର୍ଦ୍ଦିଷ୍ଟ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। କ୍ରିକେଟ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଶା କରୁଛି ମୁଁ ସୁସ୍ଥ ହୋଇ କ୍ରିକେଟକୁ ଫେରିବି ବୋଲି ଆର୍ଯ୍ୟମାନ ପୋଷ୍ଟରେ ଲେଖିଛନ୍ତି। ଉଲ୍ଲେଖଥାଉ କି, ତାଙ୍କୁ ୨୦୧୮ ଆଇପିଏଲ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ରାଜସ୍ଥାନ ରୟାଲ୍ସ ୩୦ ଲକ୍ଷ ଟଙ୍କାରେ କିଣିଥିଲା। କିନ୍ତୁ ତାଙ୍କୁ ଖେଳିବାକୁ ସୁଯୋଗ ନ ଦେଇ ପରେ ଦଳରୁ ବିଦା କରାଯାଇଥିଲା।