କୋହିମା ଯୁଦ୍ଧ ସ୍ମାରକୀର ପ୍ରତିଟି କାର୍ଯ୍ୟରେ ଭାରତ ଲୋଡିଥାଏ ବ୍ରିଟେନ୍‌ ସରକାରଙ୍କ ଅନୁମତି

କୋହିମା,୧୮।୭: ଭାରତ ସ୍ବାଧୀନତା ପାଇବାକୁ ଢ଼େର ବର୍ଷ ବିତିଯାଇଛି। ତେବେ ଭାରତରେ ଏପରି ସ୍ଥାନ ରହିଛି ଯାହାର ପ୍ରତିଟି କାର୍ଯ୍ୟରେ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡାଯାଇଥାଏ। ଏପରି ଏକ ସ୍ଥାନ ହେଉଛି ନାଗାଲାଣ୍ଡର କୋହିମାଠାରେ ଥିବା ‘କୋହିମା ଓ୍ବାର ସିମେଟ୍ରି’। ଏଠାରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମୃତ୍ୟୁ ଘଟିଥିବା ୨୭ ଶହ ବ୍ରିଟିଶ୍‌ ସୈନ୍ୟଙ୍କର କବର ରହିଛି। ଏହି କବରସ୍ତାନର ରକ୍ଷାଣବେକ୍ଷଣ ତଥା ପ୍ରତିଟି କାର୍ଯ୍ୟ ପାଇଁ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡା ଯାଇଥାଏ। ଏପରିକି ଫଟୋ ଉଠାଇବା ଲାଗି ମଧ୍ୟ ଅନୁମତି ନେବାକୁ ପଡ଼େ। ଏହି କବରସ୍ତାନ ନିକଟରେ ଥିବା ରାସ୍ତାରେ ସମ୍ପ୍ରସାରଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ୍‌ ସରକାରଙ୍କ ଅନୁମତି ଲୋଡା ଯାଇଥିଲା। ତେବେ ବ୍ରିଟେନ୍‌ ସରକାର ଏହାକୁ ପ୍ରତ୍ୟାଖାନ କରିଥିଲେ। ଏଭଳି କବରସ୍ତାନ ଅଷ୍ଟ୍ରେଲିଆ, କାନାଡା ଆଦି କେତେକ ଦେଶରେ ରହିଛି। ଏହି କବରସ୍ତାନ ଗୁଡ଼ିକର ରକ୍ଷାଣବେକ୍ଷଣ କମନଓ୍ବେଲଥ୍‌ ଓ୍ବାର ଗ୍ରେଭ୍‌ କମିଶନଙ୍କ ଦ୍ୱାରା ପରିଚାଳିତ ହୋଇଥାଏ।