SOUTHAMPTON, ENGLAND - JUNE 22: Virat Kohli of India talks to umpire Richard Illingworth after his unsuccessful review during the Group Stage match of the ICC Cricket World Cup 2019 between India and Afghanistan at The Hampshire Bowl on June 22, 2019 in Southampton, England. (Photo by Alex Davidson/Getty Images)
ସାଉଥାମ୍ପଟନ,୨୩ା୬: ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଅତ୍ୟଧିକ ଅପିଲ କରିବା ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ତାଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ କାଟ୍ କରାଯାଇଛି। ଅନ୍ତର୍ଜାତୀୟ ମ୍ୟାଚ୍ରେ ଆବଶ୍ୟକତାଠାରୁ ଅଧିକ ଅପିଲ କରି କୋହଲି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ଲାଗି ଉଦ୍ଦିଷ୍ଟ ଆଇସିସି ନିୟମ ଭଙ୍ଗ କରିଛନ୍ତି ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଉକ୍ତ ଘଟଣା ଆଫଗାନିସ୍ତାନ ଇନିଂସର ୨୯ତମ ଓଭରରେ ଘଟିଥିଲା। ବୋଲର ଯଶପ୍ରୀତ ବୁମରାଙ୍କ ବଲ ରେହମତ ଶାହଙ୍କ ପ୍ୟାଡ୍ରେ ଲାଗିବା ପରେ ଏଲବିଡବ୍ଲ୍ୟୁ ପାଇଁ ଅପିଲ କରିଥିଲେ। ଏହି ଅବସରରେ କୋହଲି ଫିଲ୍ଡ ଅମ୍ପାୟରଙ୍କ ସାମ୍ନାରେ ହାତ ଯୋଡ଼ି ଥିଲେ। କୋହଲି ଦୋଷ ସ୍ବୀକାର କରି ନେଇଥିବାରୁ ଶୁଣାଣିର ଆବଶ୍ୟକତା ନାହିଁ ବୋଲି ମ୍ୟାଚ୍ ରେଫରୀ କ୍ରିସ ବୋର୍ଡ କହିଛନ୍ତି।