Categories: Home Leftଖେଳ

କୋହଲିଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍‌

ରାଞ୍ଚି,୪।୧୧- ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦ ବର୍ଷର ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି। ଦେଓଧର ଟ୍ରଫିର ଫାଇନାଲରେ ଖେଳିଥିବା ସେ ଦେଶର ସର୍ବକନିଷ୍ଠ ଅଧିନାୟକ। ତାଙ୍କ ନେତୃତ୍ୱରେ ଭାରତ ସି’ ଚଳିତ ଦେଓଧର ଟ୍ରଫିରେ ପ୍ରବେଶ କରିଥିଲା। ସେ ୨୦ ବର୍ଷ ୫୭ ଦିନ ବୟସରେ ଭାରତ ସି’କୁ ଫାଇନାଲରେ ପହଞ୍ଚାଇଥିଲେ। ସର୍ବକନିଷ୍ଠ ଅଧିନାୟକ ହେବାର ରେକର୍ଡ ପୂର୍ବରୁ କୋହଲିଙ୍କ ନାମରେ ଥିଲା। ୨୦୦୯ରେ କୋହଲିଙ୍କୁ ୨୧ ବର୍ଷ ୧୪୨ ଦିନ ହୋଇଥିବାବେଳେ ଉତ୍ତରାଞ୍ଚଳ ଦଳର ନେତୃତ୍ୱ ନେଇ ଫାଇନାଲରେ ପହଞ୍ଚାଇଥିଲେ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଗିଲ୍‌ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ ଏବଂ ତାଙ୍କ ଦଳ ଭାରତ ବି’ଠାରୁ ୫୧ ରନ୍‌ରେ ପରାଜୟ ବରଣ କରିଥିଲା।

Share