Categories: Home Leftଖେଳ

କୋହଲିଙ୍କ ବିପକ୍ଷରେ ସୌଦି ସବୁଠୁ ସଫଳତମ ବୋଲର

ଅକ୍‌ଲାଣ୍ଡ,୮।୨- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ। ତାଙ୍କ ବିପକ୍ଷରେ ନ୍ୟୁଜିଲାଣ୍ଡ ପେସର ଟିମ ସୌଦି ସବୁଠୁ ସଫଳତମ ବୋଲର ହୋଇପାରିଛନ୍ତି। ଦ୍ୱିତୀୟ ଦିନିକିଆରେ କୋହଲିଙ୍କୁ ବ୍ୟକ୍ତିଗତ ସ୍କୋର ୧୫ ରନ୍‌ରେ କ୍ଲିନ ବୋଲ୍ଡ କରିଥିଲେ ସୌଦି। ଦିନିକିଆ କ୍ରିକେଟରେ ୬ଷ୍ଠ ଓ ମୋଟ ଉପରେ ୯ମ ଥର ପାଇଁ କୋହଲି ସୌଦିଙ୍କ ବଲରେ ଆଉଟ୍‌ ହୋଇଛନ୍ତି। ସର୍ବାଧିକ ଥର କୋହଲିଙ୍କ ଉଇକେଟ ନେବାରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଓ ଗ୍ରେମ ସ୍ବାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେମାନେ ଦିନିକିଆ, ଟି୨୦ ଓ ଟେଷ୍ଟ ଫର୍ମାଟରେ ୮ ଥର କୋହଲିଙ୍କ ଉଇକେଟ ହାତେଇଛନ୍ତି। ତାଲିକାରେ ଦକ୍ଷିଣ ଆଫ୍ରିକାର ମର୍ନି ମୋର୍କେଲ, ଅଷ୍ଟ୍ରେଲିଆର ନାଥନ ଲିଓନ, ଆଡାମ ଝମ୍ପା ଓ ଓ୍ବେଷ୍ଟଇଣ୍ଡିଜର ରବି ରାମ୍‌ପଲ ୭ ଥର ଭାରତୀୟ ଅଧିନାୟକଙ୍କ ଉଇକେଟ ହାସଲ କରିଛନ୍ତି।