Categories: Home Leftଖେଳ

କୋଲେମାନଙ୍କୁ ୧୦୦ ମି. ସ୍ବର୍ଣ୍ଣ

ଦୋହା,୨୯।୯(ଏଏଫ୍‌ପି): ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସର ସବୁଠୁ ଲୋକପ୍ରିୟ ଇଭେଣ୍ଟ ପୁରୁଷ ୧୦୦ ମିଟରରେ ଆମେରିକୀୟ ସ୍ପ୍ରିଣ୍ଟର କ୍ରିଷ୍ଟିଆନ କୋଲେମାନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ସଫଳତା ସହ ସେ ବିଶ୍ୱ ଦୌଡ଼ ଇଭେଣ୍ଟରେ ନିଜ ଛାପ ଛାଡ଼ିଛନ୍ତି। ୨୩ ବର୍ଷୀୟ ଆମେରିକୀୟ ଧାବକ ଚଳିତ ମାସରେ ଡୋପିଂ ବାସନ୍ଦାଦେଶରୁ ବର୍ତ୍ତିଯାଇଥିଲେ। ସେ ଦୌଡ଼କୁ ୯.୭୬ ସେକେଣ୍ଡରେ ଶେଷ କରିଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଆଉଟ ଡୋର ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ। ତାଙ୍କ ପଛକୁ ଡିଫେଣ୍ଡିଂ ଚାମ୍ପିୟନ ଜଷ୍ଟିନ ଗାଟଲିନ ୯.୮୯ ସେ.ରେ ଦୌଡ଼ ଶେଷ କରି ରୌପ୍ୟ ପଦକ ଜିତିଛନ୍ତି। କାନାଡାର ଆଣ୍ଡ୍ରେ ଡି ଗ୍ରାସେ ୯.୯୦ ସେ. ଟାମିଂ ସହ ବ୍ରୋଞ୍ଜ ପଦକ ହାତେଇଛନ୍ତି। ସେ ଚଳିତ ଚାମ୍ପିୟନଶିପ୍‌ର ଏକମାତ୍ର ଧାବକ, ଯିଏକି ଶୁକ୍ରବାର ଓ ଶନିବାର ଅନୁଷ୍ଠିତ କ୍ୱାଲିଫାଇଂ ଓ ସେମିଫାଇନାଲରେ ଦୌଡ଼କୁ ମଧ୍ୟ ୧୦- ସେକେଣ୍ଡରେ ଶେଷ କରିଥିଲେ।