କୋଲକାତା ବିମାନବନ୍ଦରରେ ୨ କରୋନା ସନ୍ଦିଗ୍ଧ

କୋଲକାତା,୧୪।୨(ପି.ଟି.):ବ୍ୟାଙ୍କକ୍‌ରୁ ଆସି କୋଲକାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିବା ୨ ଜଣ ଯାତ୍ରୀଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯିବାରୁ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରଖି ଚିକିତ୍ସା କରାଯାଉଛି। ମଙ୍ଗଳବାରଠାରୁ ହିମାଦ୍ରି ବର୍ମନ ଏବଂ ବୁଧବାରରୁ ନଗେନ୍ଦ୍ର ସିଂଙ୍କୁ ବେଲାଘାଟ ଆଇଡି ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇଛି। ପୂର୍ବରୁ ଅନୀତା ଓରାଓଁ ନାମ୍ନୀ ଯାତ୍ରୀଙ୍କଠାରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଯାଇଥିଲା। ତେବେ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।