Kolkata: Former Indian Cricketer Yuvraj Singh at the 91st Annual General Meeting of the Indian Chamber of Commerce (ICC) in Kolkata, on July 9, 2019. (Photo: Kuntal Chakrabarty/IANS)
ନୂଆଦିଲ୍ଳୀ,୬।୪(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କରୋନ ଭାଇରସ୍ ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ରବିବାର ସେ ଏ ନେଇ ଘୋଷଣା କରିଛନ୍ତି। ସେ ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ଦାନ ଦେବେ ବୋଲି କହିଛନ୍ତି। ଏହି ମହାମାରୀକୁ ରୋକିବା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ସେ ଆହ୍ବାନ ଦେଇଛନ୍ତି। ଏକାଠି ହେଲେ ଆମେ ଶକ୍ତିଶାଳୀ ହେବା। ସାମର୍ଥ୍ୟ ଅନୁଯାୟୀ ସମସ୍ତେ କିଛି ପରିମାଣରେ ଦାନ କରିବା ଉଚିତ ବୋଲି ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲ୍ରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ଆମେ ସମସ୍ତେ ରବିବାର ରାତି ୯ଟାରେ ଦୀପ, କ୍ୟାଣ୍ଡେଲ କିମ୍ବା ଟର୍ଚ୍ଚ ଲାଇଟ ଜାଳିବା ବୋଲି ସେ କହଛନ୍ତି। ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ଖୋଲା ହାତରେ ଦାନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।