Categories: ଖେଳ

କୋଭିଡ୍‌-୧୯: ମୋଟ ୧ କୋଟି ଟଙ୍କା ପାଣ୍ଠି ସଂଗ୍ରହ କଲା ଆଇଓଏ

ନୂଆଦିଲ୍ଲୀ,୬।୪(ପି.ଟି.)- କୋଭିଡ୍‌-୧୯ ଲଢେଇରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ମୋଟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ବିଭିନ୍ନ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌), ରାଜ୍ୟ ଅଲିମ୍ପିକ୍‌ ଆସୋସିଏଶନ, ସ୍ବୀକୃତି ପାଇବା ପାଇଁ ଆବେଦନ କରିଥିବା କେତେକ ସଂଗଠନ ଓ ଅନ୍ୟମାନେ ଦାନ କରିଥିବା ଅର୍ଥରୁ ଏପର୍ଯ୍ୟନ୍ତ ୧,୦୨,୫୬,୦୦୩ ଟଙ୍କା ସଂଗ୍ରହ କରାଯାଇଛି ବୋଲି ଆଇଓଏ ତରଫରୁ କୁହାଯାଇଛି। ଏଥିପାଇଁ ଏନ୍‌ଏସ୍‌ଏଫ୍‌ ଓ ରାଜ୍ୟ ଆସୋସିଏଶନଗୁଡିକୁ ଆଇଓଏ କୃତଜ୍ଞତା ଜଣାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ଏକାଠି ହୋଇ ଲଢେଇ ଜାରି ରଖିବା ଉଚିତ୍‌ ବୋଲି ଆଇଓଏ କହିଛି। ଏହି ଅର୍ଥକୁ ଆଇଓଏ ପ୍ରଧାନମନ୍ତ୍ରୀ କେୟାର୍ସ ପଣ୍ଡକୁ ଦାନ କରିବ ବୋଲି କହିଛି।
ପୂର୍ବରୁ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ମହିଳା ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ, ଆଥଲେଟ ନୀରଜ ଚୋପ୍ରା, ହୀମା ଦାସ ଓ ଏକାଧିକ କ୍ରୀଡ଼ାବିତ୍‌ ଏହି ଭାଇରସ୍‌ ମୁକାବିଲ ପାଇଁ ଅର୍ଥ ଦାନ କରିଛନ୍ତି।

Share