New Delhi: Indian cueist Pankaj Advani during a felicitation programme in New Delhi on July 7, 2017. (Photo: IANS)
ଓ୍ବାଶିଂଟନ, ୬।୪ (ଏପି): ଭାରତୀୟ ପେସାଦାର ବିଲିୟାଡର୍ସ ଖେଳାଳି ପଙ୍କଜ ଆଡଭାନୀ କୋଭିଡ୍-୧୯ ମୁକାବିଲା ପାଇଁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନ ଭାଇରସ୍ ମହାମାରୀର ରୂପ ନେଇ ସାରିଥିବା ବେଳେ ଭାରତ ଓ ସାରା ବିଶ୍ୱରେ ଏହାକୁ ରୋକିବା ପାଇଁ ଲଢେଇ ଚାଲୁ ରହିଛି। ଏହି ଲଢେଇରେ ଅନ୍ୟ କ୍ରୀଡ଼ାବିତ୍ମାନଙ୍କ ଭଳି ଆଡଭାଣୀ ମଧ୍ୟ ସହାୟତାର ହାତ ବଢାଇଛନ୍ତି। ଏକାଧିକ ବାର ବିଶ୍ୱ ଚାମ୍ପିୟନଶିପ୍ ହାସଲ କରିଥିବା ଏହି ବିଲିୟାଡର୍ସ ଖେଳାଳି ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ମାନବିକତା ଦୃଷ୍ଟିକୋଣରୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ଆମେ ସମସ୍ତେ ଏକାଠି ହେବା। ଦୟା, କରୁଣା, ପ୍ରେମର ପଚାର ଓ ପ୍ରସାର କରିବା। ବିଲିୟାଡର୍ସ ଓ ସ୍ନୁକରରେ ୨୩ଥର ବିଶ୍ୱଚାମ୍ପିୟନ ବିବେଚିତ ହୋଇଥିବା ଆଡଭାନୀ ଟୁଇଟ୍ କରି ସମସ୍ତଙ୍କୁ ଏକାଠି ହୋଇ ଏହି ଭାଇରସ ବିପକ୍ଷରେ ଲଢେଇ ଜାରି ରଖିବା ପାଇଁ ଟୁଇଟ କରି ପରାମର୍ଶ ଦେଇଛନ୍ତି। ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଅଧିନାୟକ ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା, କେଦାର ଯାଦବ, ଅନିଲ କୁମ୍ବଲେ, ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ଓ ଅନ୍ୟମାନେ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ଅର୍ଥ ଦାନ କରିଛନ୍ତି।