Uruguay's Luis Suarez (L) -whose penalty was stopped by Peru's goalkeeper Pedro Gallese- and Jose Maria Gimenez look on during the penalty shoot-out against Peru after tying 0-0 during their Copa America football tournament quarter-final match at the Fonte Nova Arena in Salvador, Brazil, on June 29, 2019. (Photo by Juan MABROMATA / AFP)
ସାଲ୍ଭାଡର(ବ୍ରାଜିଲ),୩୦।୬(ଏଏଫ୍ପି)- ପେରୁଠାରୁ ଶୁଟଆଉଟ୍(୫-୪) ଜରିଆରେ ପରାଜୟ ବରଣ କରି ଉରୁଗୁଏ ଚଳିତ କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି। ଧାର୍ଯ୍ୟ ସମୟ ସୁଦ୍ଧା ମ୍ୟାଚ୍ଟି ଗୋଲଶୂନ୍ୟ ରହିଥିଲା। ଉରୁଗୁଏ ଲାଗି ଗିଓର୍ଗିଆନ ଡେ ଆରାକାଷ୍ଟେ, ଏଡିନ୍ସନ କଭାନି ଓ ଲୁଇସ୍ ସୁଆରେଜ ଗୋଲ ଦେଇଥିଲେ। ହେଲେ ଲାଇନ୍ମ୍ୟାନ ପ୍ରତ୍ୟାଖ୍ୟାନ କରିଥିଲେ। ଅତିରିକ୍ତ ସମୟରେ ମଧ୍ୟ କୌଣସି ଖେଳାଳି ଗୋଲ କରିପାରି ନ ଥିଲେ। ଶୁଟ୍ଆଉଟ୍ରେ ବାର୍ସିଲୋନା ଫର୍ଓ୍ବାର୍ଡ ସୁଆରେଜଙ୍କ ଶଟ୍କୁ ପେରୁ ଗୋଲ୍କିପର ପେଡ୍ରୋ ଗାଲେସେ ରୋକିଦେଇଥିଲେ, ଯାହାକି ପେରୁ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପେରୁ ଲାଗି ଏଡିସନ ଅନ୍ତିମ ଗୋଲ ଦେଇଥିଲେ। ଚଳିତ ଟୁର୍ନାମେଣ୍ଟର ଶୁଟ୍ଆଉଟ୍ରେ ଶେଷ ହୋଇଥିବା ଏହା ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍। ଏଥିପୂର୍ବରୁ ବ୍ରାଜିଲ ଓ ଚିଲି ପେନାଲ୍ଟି ରାଉଣ୍ଡରେ ଯଥାକ୍ରମେ ପାରାଗୁଏ ଓ କଲମ୍ବିଆକୁ ହରାଇଥିଲେ। କେବଳ ଆର୍ଜେଣ୍ଟିନା ଏକମାତ୍ର ଦଳ ଭାବେ ଧାର୍ଯ୍ୟ ସମୟରେ ଗୋଲ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଲିଓନେଲ ମେସିଙ୍କ ଦଳ ୨-୦ ଗୋଲରେ ଭେନିଜୁଏଲାକୁ ହରାଇଥିଲା। ଉଲ୍ଲେଖଥାଉ କି, ଗତ ୪ଟି ସଂସ୍କରଣରେ ତୃତୀୟ ଥର ପାଇଁ ପେରୁ ଟୁର୍ନାମେଣ୍ଟର ସେମିରେ ପ୍ରବେଶ କରିଛି। ପେରୁ ତା’ର ସେମିଫାଇନାଲ ମୁକାବିଲାରେ ଚିଲିକୁ ଭେଟିବ।