କୋଠ ଟଙ୍କାକୁ ନେଇ ଗଣ୍ଡଗୋଳ: ଆକ୍ରମଣ-ପ୍ରତିଆକ୍ରମଣ ଅଭିଯୋଗ, ୨ ମାମଲା ରୁଜୁ

ଦିଗପହଣ୍ଡି,୨ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଲୋଚାପଡ଼ା ଚୈତନ୍ୟ ପ୍ରସାଦ ଗଁାରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କୋଠ ଟଙ୍କା ଆୟବ୍ୟୟ ହିସାବକୁ କେନ୍ଦ୍ରକରି ଉତ୍ତେଜନା ଲାଗିରହିଛି। କୋଠ ସମ୍ପତ୍ତି ଓ ଆୟବ୍ୟୟ ହିସାବ ତଦାରଖ କରୁଥିବା ରଘୁନାଥ ପାତ୍ରଙ୍କୁ ଗଁାର ପୂର୍ଣ୍ଣଚନ୍ଦ୍ର ପାତ୍ର ବାର୍ଷିକ ହିସାବ ମାଗିଥିଲେ। ମାତ୍ର ରଘୁନାଥ ଓ ତାଙ୍କ ଦୁଇ ପୁଅ ମିଶି ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସମ୍ପର୍କୀୟ ମଧ୍ୟ ରଘୁନାଥଙ୍କୁ ପ୍ରତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ କେ. ନୂଆଗାଁ ଥାନାରେ ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ ମାମଲା (ନଂ.୬୯/୨୦ ଏବଂ ୭୦/୨୦) ରୁଜୁ ହୋଇଛି। ମଙ୍ଗଳବାର ରାତିରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏମ. ଚକ୍ରପାଣି ପାତ୍ର ଏବଂ ବିଜୟ ପାତ୍ର ଆହାତ ହୋଇଥିଲେ। ବୁଧବାର ସନ୍ଧ୍ୟାରେ ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେବାପରେ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଅଭିଯୁକ୍ତଙ୍କ ନଁାରେ ମାମଲା ରୁଜୁ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ରୀତାଞ୍ଜଳୀ ନାୟକ ଜଣାଇଛନ୍ତି।