Ambulances are seen in front of the Italian hospital where some of the injured were evacuated to after an attack, in the city of Karak, Jordan, December 18, 2016.REUTERS/Muhammad Hamed
କରାଚି,୬।୩: ପାକିସ୍ତାନ କରାଚିର ପୋର୍ଟ କ୍ୱାସିମ ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର କ୍ଲୋରିନ୍ ଗ୍ୟାସ ଲିକ୍ ହେବା ଫଳରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଅଣନିଶ୍ୱାସି ହୋଇ ଆହତ ହୋଇଥିବା ଜଣାପଡିଛି। ଏମାନଙ୍କୁ ତୁରନ୍ତ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନଗ୍ରୋ ପଲିମର ଆଣ୍ଡ କେମିକାଲ୍ସ ପ୍ଲାଣ୍ଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଣ୍ଟର ଗୋଟିଏ ଭାଗକୁ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି। ପ୍ରାଥମିକ ଚିକିତ୍ସା ପରେ କେତେ ଜଣଙ୍କୁ ଘରକୁ ଯିବାକୁ ଅନୁମତି ପ୍ରଦାନ କରାଯାଇଛି।