New Delhi, April 03 (ANI): Prime Minister Narendra Modi holds a meeting with 40 sportspersons via video conferencing over Coronavirus, in New Delhi on Friday. (ANI Photo)
ନୂଆଦିଲ୍ଲୀ,୭।୫: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ହୋଇଥିବା ଗ୍ୟାସ ଲିକ୍ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି। ଏହାସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏନ୍ଡିଏମ୍ଏ) ଅଧିକାରୀମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି। ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥିତି ଉପରେ ନଜର ରଖିଛି ଯେତେ ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ। ଏହାସହ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭାଇଜାକ ଗସ୍ତ କରି ହସ୍ପିଟାଲରେ ଥିବା ଆହତଙ୍କୁ ଭେଟିବା ସହ ସ୍ଥିତି ପରଖିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହି ଗ୍ୟାସ୍ ଲିକ୍ ଘଟଣାରେ ଏବେ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୫ ହଜାରରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡିଛନ୍ତି। ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରିବାକୁ କହିଛନ୍ତି।