Bhopal: Children after paying tribute to the first prime minister Pandit Jawaharlal Nehru on his birth anniversary, being celebrated as Children's Day, in Bhopal on Tuesday. PTI Photo(PTI11_14_2017_000029B)
ନୂଆଦିଲ୍ଲୀ,୧୪।୧୧: ସାରା ଦେଶରେ ନଭେମ୍ବର ୧୪ ଗୁରୁବାର ପାଳନ କରଯାଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଏହାକୁ ନେଇ ଗୁଗୁଲ ଏକ ଡୁଡଲ ମଧ୍ୟ ପ୍ରସ୍ତୁତ କରିଛି। କୁହାଯାଏ ପ୍ରଥମେ ୧୯୨୫ରେ ଶିଶୁ ଦିବସ ପ୍ରଥମେ ପାଳନ କରାଯାଇଥିଲା। ହେଲେ ସାରା ବିଶ୍ୱରେ ୧୯୫୩ରେ ଏହି ଦିବସକୁ ମାନ୍ୟତା ମିଳିଥିବା କେହି କେହି କୁହନ୍ତି। ତେବେ ଜାତିସଂଘ ପକ୍ଷରୁ ନଭେମ୍ବର ୨୦କୁ ଶିଶୁ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ହେଲେ ଏହା ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଗଲା। ଭାତରରେ ବି ପ୍ରଥମେ ଏହା ନଭେମ୍ବର ୨୦ରେ ପାଳନ କରାଯାଉଥିଲା ବୋଲି କୁହାଯାଏ। ହେଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନିଧନ ପରେ ୧୯୬୪ରୁ ଏହି ଦିବସକୁ ନେହେରୁଙ୍କ ଜନ୍ମଦିବସ ଅର୍ଥାତ୍ ନଭେମ୍ବର ୧୪ରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଲା। ସୂଚନାଯୋଗ୍ୟ, ଭାରତ ସ୍ବାଧିନ ହେବା ପରେ ନେହେରୁ ଶିଶୁମାନଙ୍କର ଶିକ୍ଷା, ପ୍ରଗତି ଓ କଲ୍ୟାଣ ପାଇଁ ଅନେକ କାମ କରିଥିଲେ। ସେ ଶିଶୁମାନଙ୍କୁ ଖୁବ୍ ସ୍ନେହ ବି କରୁଥିଲେ। ତେଣୁ ସେ ପିଲାମାନଙ୍କ ପାଖରେ ଚାଚା ନେହେରୁ ଭାବେ ବେଶ୍ ପରିଚିତ ଥିଲେ।