England head coach Trevor Bayliss during a nets session at Edgbaston, Birmingham. (Photo by Mike Egerton/PA Images via Getty Images)
ମୁମ୍ବାଇ,୧୭।୭- ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ଦୁଇ ଥର ଆଇପିଏଲ ଚାମ୍ପିୟନ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିୟନ ଦଳର କୋଚ୍ ଟ୍ରେଭର ବାଇଲିସଙ୍କୁ ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରିଛି। ବାଇଲିସଙ୍କୁ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ତଥା ବର୍ତ୍ତମାନ ଭାଷ୍ୟକାର ବ୍ରେଣ୍ଡନ ମ୍ୟାକ୍କୁଲମ ସହାୟତା କରିବେ। ମ୍ୟାକ୍କୁଲମଙ୍କୁ ବ୍ୟାଟିଂ କୋଚ୍ ଓ ମେଣ୍ଟର ଦାୟିତ୍ୱ୍ ଦିଆଯାଇଛି। ଏହି ପଦରେ ପୂର୍ବରୁ କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକ କାଲିସ ଥିଲେ। ରବିବାର ଲଡର୍ସଠାରେ ବିଶ୍ୱକପ୍ ଫାଇନାଲରେ ଖଳାଯାଇଥିବା ଶ୍ରେଷ୍ଠ ଦିନିକିଆ ମ୍ୟାଚ୍ରେ ଦୁଇ ଦଳ ସହ ଟ୍ରେଭର ଓ ମ୍ୟାକ୍କୁଲମ ଜଡ଼ିତ ଥିଲେ। ବାଇଲସି ପୂର୍ବରୁ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କେକେଆର ଦଳର କୋଚିଂ ଷ୍ଟାଫରେ ଥିଲେ। ତାଙ୍କ କାର୍ଯ୍ୟକାଳରେ ଦଳ ଦୁଇ ଥର ଚାମ୍ପିୟନ ହୋଇଥିଲା। ଏହାବାଦ୍ ତାଙ୍କ ତତ୍ତ୍ୱାବଧାନରେ ଶ୍ରୀଲଙ୍କା ୨୦୧୧ ବିଶ୍ୱକପ୍ ଫାଇନାଲ ଖେଳିଥିଲା। ୨୦୧୫ରେ ସେ ଇଂଲଣ୍ଡ ଦଳ ସହ ଯୋଡ଼ି ହୋଇଥିଲେ। ୫୬ ବର୍ଷୀୟ ବାଇଲିସ ଚଳିତ ବର୍ଷ ଆଶେସ ସିରିଜ୍ ପରେ କେକେଆର ଦଳରେ ଯୋଗଦେବେ। ଅନ୍ୟପକ୍ଷରେ ମ୍ୟାକ୍କୁଲମ ଏବେ ଭାଷ୍ୟକାର ଭାବେ ବ୍ୟସ୍ତ। ବିସ୍ଫୋରକ ଉଇକେଟକିପର ବ୍ୟାଟ୍ସମ୍ୟାନ କୋଲକାତା ଦଳ ପାଇଁ ୨୦୦୮ରେ ପଦାର୍ପଣ କରି ୧୫୮ ରନ୍ର ଇନିଂସ ଖେଳିଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱରେ ଦଳ ଦୁଇ ସିଜନରେ ଭଲ ପ୍ରଦର୍ଶନ କରିଛି। ଆଗାମୀ ୨୦୨୦ ସଂସ୍କରଣରେ ଖେଳାଳିଙ୍କ ସହ ହୋଇଥିବା ୩ ବର୍ଷୀୟା ଚୁକ୍ତି ଶେଷ ହେବ। ଏହାପରେ ବାଇଲିସଙ୍କ ନେତୃତ୍ୱରେ କେକେଆର ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବ।