Categories: Home Leftଖେଳ

କେଉଁଠାରୁ ଆରମ୍ଭ ଫ୍ରି ହିଟ୍‌ ନିୟମ

କ୍ରିକେଟର ଅନ୍ୟତମ ଲୋକପ୍ରିୟ ନିୟମ ଫ୍ରି ହିଟ୍‌। ଏ ସମ୍ପର୍କରେ ପ୍ରାୟ କ୍ରିକେଟ ପ୍ରଶଂସକଙ୍କୁ ଜଣାଥିବ। ମାତ୍ର ଏହି ନିୟମ କ୍ରିକେଟରେ କେବେଠାରୁ ଲାଗୁ ହେଲା?  ଏହାର ଉତ୍ତର ପ୍ରାୟଙ୍କୁ ଜଣା ନ ଥିବ। ଏହା ୨୦୦୭ ଅକ୍ଟୋବରରେ ଅନ୍ତର୍ଜାତୀୟ କ୍ରିକେଟରେ ଲାଗୁ ହୋଇଥିଲା। ସେତେବେଳେ କେବଳ ବୋଲରଙ୍କ ଫୁଟ୍‌ ନୋ ବଲ ପରେ ହିଁ ଫ୍ରି ହିଟ୍‌ ଦିଆଯାଉଥିଲା। ୨୦୧୫ରେ ନିୟମ ପରିବର୍ତ୍ତନ କରାଯାଇ ଥିଲା। ସମସ୍ତ ପ୍ରକାର ନୋ ବଲ ପରେ ଫ୍ରି ହିଟ୍‌ ଦିଆଯିବା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତେବେ ଏହି ନିୟମ ଫୁଟବଲ କ୍ରୀଡ଼ାର ଫ୍ରି କିକ୍‌ ଭଳି। ଫୁଟବଲରେ କୌଣସି ଖେଳାଳିଙ୍କୁ ପ୍ରତିପକ୍ଷ ଦଳର ଖେଳାଳି ଫାଉଲ ମାରି ଟ୍ୟାକେଲ କଲେ। ଖେଳାଳିଙ୍କୁ ଫ୍ରି କକ୍‌ ମିଳେ। କିନ୍ତୁ ଦୁଇ ନିୟମ ମଧ୍ୟରେ ଖୁବ୍‌ କମ୍‌ ସାମଞ୍ଜସ୍ୟ ରହିଛି।

Share