କୂଅରୁ ୫ ଫୁଟର ରଣାସାପ ଉଦ୍ଧାର: ବନ ବିଭାଗକୁ ହସ୍ତାନ୍ତର

ପରଜଙ୍ଗ,୩୦।୬(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହାଳ ଗ୍ରାମର ରାମ ପ୍ରଧାନଙ୍କ ବାରିରେ ଥିବା କୂଅରୁ ରବିବାର ଏକ ୫ଫୁଟ ଲମ୍ବର ରଣାସାପ ଉଦ୍ଧାର କରାଯାଇଛି। ଖବର ପାଇ ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ ସେଠାରେ ପହଞ୍ଚି କୂଅରୁ ସାପଟିକୁ ଉଦ୍ଧାର କରିଛନ୍ତି। ପରେ ତାହାକୁ ମହାବିରୋଡ଼ ରେଞ୍ଜରଙ୍କୁ ହସ୍ତାନ୍ତର କରାଯାଇଛି। ପରେ ବନ ବିଭାଗ କର୍ମଚାରୀ ସାପଟିକୁ ବସୋଇ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ଦେଇଛନ୍ତି ।

Share