‘କୁଛ୍‌ କୁଛ୍‌ ହୋତା ହୈ’ ରିମେକ୍‌ ହେଲେ ନଜର ଆସିବେ ଏହି ଅଭିନେତ୍ରୀ, ଅଭିନେତା

ବଲିଉଡ୍‌ରେ ଏମିତି କିଛି ଫିଲ୍ମ ଅଛି, ଯାହା ସବୁ ସମୟରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛି। ଏମିତି ଏକ ଲୋକପ୍ରିୟ ଫିଲ୍ମ ହେଉଛି ‘କୁଛ୍‌ କୁଛ୍‌ ହୋତା ହୈ’। କରଣ ଜୋହରଙ୍କ ନିର୍ଦ୍ଦେଶନାରେ ୧୯୯୮ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରାଣୀ ମୁଖାର୍ଜୀ, କାଜଲ ଏବଂ ଶାହାରୁଖ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏହି ତିନି ଜଣଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

ସୋସିିଆଲ ମିଡିଆରେ କରଣଙ୍କୁ ଫ୍ୟାନ୍‌ମାନେ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମର ରିମେକ୍‌ ସମ୍ପର୍କରେ ସବୁବେଳେ ପଚାରିଥାନ୍ତି। ଏବେ ବି ସମସ୍ତଙ୍କ ମନରେ ପ୍ରଶ୍ନ ଯଦି ଏହି ଫିଲ୍ମର ରିମେକ୍‌ ଆସେ ତେବେ ଷ୍ଟାର କେଉଁମାନେ ରହିବେ। ମେଲବୋର୍ଣ୍ଣରେ ଆୟୋଜିତ ଇଣ୍ଡିିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦେଇଥିବା କରଣଙ୍କୁ ଯେତେବେଳେ ‘କୁଛ୍‌ କୁଛ୍‌ ହୋତା ହୈ’ ଫିଲ୍ମର ରିମେକ୍‌ ସମ୍ପର୍କରେ ପଚରାଗଲା କରଣ ଖୁବ୍‌ ରୋଚକପୂର୍ଣ୍ଣ ଉତ୍ତର ଦେଇଥିଲେ।

ସେ କହିଛନ୍ତି, ଯଦି ଏହାର ରିମେକ୍‌ କରାଯାଏ, ତେବେ ରାହୁଲ ଭୂମିକାରେ ରଣବୀର ସିଂହ ଅଭିନୟ କରିବେ, ଯେଉଁ ଭୂମିକା ଶାହାରୁଖଙ୍କୁ ମିଳିଥିଲା। କାରଣ ରଣବୀର ହିଁ ସେହି ଭୂମିକା ପାଇଁ ପୂରା ଫିଟ୍‌। ସେହିପରି ଅଞ୍ଜଳି ଭୂମିକାରେ ଆଲିଆ ଭଟ୍ଟ ଏବଂ ଟିନା ଭୂମିକାରେ ଜାହ୍ନବୀ କପୁରଙ୍କୁ ନେବେ।