କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ ଆଦୌ ଚିନ୍ତା କରନ୍ତୁ ନାହିଁ, ଏହି ଉପାୟରେ ହେବ ଭଲ…

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) ଗବେଷକମାନେ କିଡ୍‌ନୀ ଷ୍ଟୋନ୍‌ ପାଇଁ ଏକ ଔଷଧ ବାହାର କରିଛନ୍ତି। ଯାହା ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌ ଭଳି ରୋଗ ପାଇଁ ବ୍ୟବହୃତ ଔଷଧରୁ ପ୍ରସ୍ତୁତ କରାଯାଇଛି। ୧୮ ପ୍ରକାର ଏହି ଔଷଧକୁ ଭିନ୍ନ ଭିନ୍ନ ଅନୁପାତରେ ମିଶ୍ରଣ କରାଯାଇଛି। ଯାହା ଷ୍ଟୋନ୍‌ ବା ପଥରର ଆକାରକୁ ଛୋଟ କରି ଶ୍ରୀଘ୍ର ବାହାର କରିପାରିବ। ଏହି ଔଷଧ କ୍ୟାଥେଟର ଦ୍ୱାରା ସିଧା ମୂତ୍ରନଳୀରେ ପହଞ୍ଚି ପାରିବ। ଗବେଷକମାନେ କୁହନ୍ତି, ଯଦି ମୂତ୍ରନଳୀକୁ ନରମ କରାଯିବ ତେବେ ଷ୍ଟୋନ୍‌ ସହଜରେ ବାହାରି ଯିବ।
ଏହି ରିସର୍ଚ୍ଚ ଟିମ୍‌ରେ ସାମିଲ୍‌ କିଡ୍‌ନୀ ଷ୍ଟୋନ୍‌ ପ୍ରୋଗ୍ରାମର ଉପନିର୍ଦ୍ଦେଶକ ମାଇକେଲ୍‌ ସୀମା ଏବଂ ବ୍ରାୟନ୍‌ ଇସ୍‌ନର କୁହନ୍ତି, ଗବେଷକମାନେ ପ୍ରଥମଥର ଉଚ୍ଚ ରକ୍ତଚାପ , ଡାଇବେଟିସ୍‌ ଏବଂ କିଡ୍‌ନୀ ଷ୍ଟୋନ୍‌ ରୋଗ ଭଲ ହେବା ପାଇଁ ୧୮ ପ୍ରକାର ଔଷଧ ବ୍ୟବହାରକୁ ଚୟନ କରିଛନ୍ତି। ଏଥିରେ ପାର୍ଶ୍ୱ ପ୍ରତିକ୍ରିୟା ଆଦୌ ନାହିଁ। ଏହି ଔଷଧ ମାଂସପେଶୀର କୋଶିକାକୁ ଆରାମ ଦେଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଏନେଇ ଆହୁରି ଅଧିକ ଗବେଷଣା ଜାରି ରହିଛି। ଏହା କେତେ ସମୟ (ମିନିଟ୍‌, ଘଣ୍ଟା କିମ୍ବା ଦିନ) ଭିତରେ ଷ୍ଟୋନ୍‌ ଭଲ କରିବ ତାହା ଜଣାପଡ଼ିବ।

Share