Categories: ଅନୁଗୋଳ

କାଳବୈଶାଖୀ: ବ୍ୟାପକ କ୍ଷୟକ୍ଷତି

କଣିହାଁ, ୭ା୬(ଡି.ଏନ.ଏ.)- କଣିହାଁ ବ୍ଲକ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଥମିବାର ନାଁ ଧରୁନି। କିଛିଦିନ ହେଲା ଲଗାତର ଝଡବର୍ଷା ଯୋଗୁ ବହୁ କ୍ଷୟକ୍ଷତି ଘଟୁଛି। ଗୁରୁବାର ସନ୍ଧ୍ୟାରେ ମଧ୍ୟ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷତି ଘଟିଛି। ସନ୍ଧ୍ୟା ପ୍ରାୟ ୭ଟାରେ ଜୋରରେ ଝଡ ବର୍ଷା ମାଡ଼ି ଆସିଥିଲା। କଣିହାଁ, ଏନ୍‌ଟିପିସି ପ୍ରକଳ୍ପ ଅଞ୍ଚଳରେ ଅନେକ ଲୋକଙ୍କ ଚାଳ ଛପର, ଆଜବେଷ୍ଟସ ଉଡିଯିବା ସହ ବହୁ ଦୋକାନ କ୍ଷତିଗ୍ରସ୍ତ ହୋଇଛି। କଣିହାଁ ସ୍ବାସ୍ଥ୍ୟକେନ୍ଦ୍ର ପରିସରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଏନ୍‌ଟିପିସି ବଜାର ଅଞ୍ଚଳରେ ବହୁ ବିଦ୍ୟୁତ୍‌ ଖୁଣ୍ଟ, ଟାଓ୍ବାର, ସୋଲାର ଲାଇଟ ଖୁଣ୍ଟ ଆଦି ପଡି ୬ରୁ ଅଧିକ ବାଇକ୍‌, କାର ଭାଙ୍ଗିରୁଜି ଯାଇଛି। ଖବରଲେଖା ହେବା ସୁଦ୍ଧା ସମଲ, ପରାବିଲ, ରେଙ୍ଗାଳି, କଣିହାଁ ଆଦି ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଦାବି ହୋଇଛି।