କାନ୍ତକବିଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନିଆଯିବ: ପର୍ଯ୍ୟଟନ ମନ୍ତ୍ରୀ

ଭଦ୍ରକ ଅଫିସ,୧୦।୬: କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏମ୍‌ପି ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ମନ୍ତ୍ରୀ ତିହିଡି ତାଳପଦାସ୍ଥିତ କାନ୍ତକବିଙ୍କ ସ୍ମୃତି ପୀଠ ପହଞ୍ଚ ି ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ଆବଶ୍ୟକ ପାରିପାର୍ଶ୍ୱିକ ବିକାଶ, ଭଦ୍ରକ ବାଇପାସଠାରେ ପାର୍କ ସହ କାନ୍ତ କବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଭଦ୍ରକ ବାଇପାସଠାରେ ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲିକ ମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିଥିଲେ। କିଭଳି ବାଇପାସଠାରେ ଉକ୍ତ ପ୍ରତିମୂର୍ତ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ସେଥିପାଇଁ ଏକ ସ୍ଥପତି ସହ ଆଲୋଚନା କରିଥିଲେ। ଏହି ସମୟରେ ପୌରପାଳିକା, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Share
Tags: bhadrak