Close-up of a young boy's head, wet from swimming against a defocussed blue background (swimming pool). There's a drop hanging on his ear. Shallow DOF, focus is on the drop on the ear. Image may have some grain in out-of-focus areas from using ISO 320.
ଗାଧୋଇବା ସମୟରେ ହେଉ ଅବା ସୁଇମିଂ ସମୟରେ ବେଳେ ବେଳେ କାନରେ ପାଣି ପଶି ଯାଇଥାଏ। ଏହାକୁ ବାହାର କରିବାକୁ କେତେଜଣ ଅସ୍ତବ୍ୟସ୍ତ ହୋଇଯାଇ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଆନ୍ତି। ଏପରିକି କେତେକେ କାନରୁ ପାଣି କାଢିବାକୁ କାନକୁ ବେଶୀ ସମୟ ଟାଣି ଧରି ଥାଆନ୍ତି ଅବା ମୁଣ୍ଡ ହଲାଇ ଥାଆନ୍ତି। ହେଲେ ଏମିତି କରିବା ଆଦୌ ଠିକ୍ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏମିତି କଲେ ମସ୍ତିଷ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ୨-୩ ଟୋପା ଅଲିଭ୍ ଅଏଲକୁ ସାମାନ୍ୟ ଉଷୁମ କରି ଏହାକୁ କାନରେ ପକାଇବା ସହ ଯେଉଁ କାନରେ ପାଣି ପଶିଥିବ ସେହିପଟ ମାଡି ୧୦ ମିନିଟ୍ ଶୋଇପଡିଲେ ଏହା ସହଜରେ ବାହାରି ଯାଇଥାଏ। ସେହିପରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଆଲକୋହଲ ଓ ଭିନେଗାର ମିଶ୍ରଣ ତିଆରି କରି ଏହାକୁ କାନରେ ପକାଇଲେ କାନରେ ଥିବା ପାଣି ମଧ୍ୟ ବାହାରି ଯାଇଥାଏ।