??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡି,୨୦ା୪(ଡି.ଏନ.ଏ.)-ବିଭିନ୍ନ ସମୟରେ ସାମାଜିକ ଘଟଣାକୁ ନିଜ ରଙ୍ଗତୂଳୀରେ ରୂପଦେଇ ଆସୁଥିବା ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ଏବେ କରୋନାକୁ ନେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି। ଘରୁ ନ ବାହାରିବା, ବାହାରକୁ ଗଲେ ହାତ ଧୋଇବା, ସାମାଜିକ ଦୂରତାକୁ ମାନିବା, କ୍ୱାରାଣ୍ଟାଇନରେ ରହିବା ଆଦି ଚିତ୍ର ଆଙ୍କି ସେ ବେଶ ଚର୍ଚ୍ଚିତ ହୋଇଛନ୍ତି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ପଞ୍ଚାୟତର ବିଭିନ୍ନ ଛକ ଜାଗାକୁ ସାଇକେଲ ଯୋଗେ ଯାଇ ଲୋକମାନଙ୍କୁ ନିଜର ଚିତ୍ର ଦେଖାଇ ସଚେତନତା ସୃଷ୍ଟି କରୁଛନ୍ତି। ସେ ଆଙ୍କିଥିବା ଚିତ୍ରଗୁଡ଼ିକ ଲୋକଙ୍କ ଦ୍ୱାରା ବେଶ ଆଦୃତ ହେଉଛି ା ଲୋକେ ତାଙ୍କ ଚିତ୍ର ଦେଖି ସଚେତନ ମଧ୍ୟ ହେଉଥିବା ମୃତ୍ୟୁଞ୍ଜୟ କହିଛନ୍ତି।
ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡି ଅଞ୍ଚଳର ଏହି ଯୁବ ଚିତ୍ରଶିଳ୍ପୀ ମୃତ୍ୟୁଞ୍ଜୟ ବାରିକ ଭଦ୍ରକ କଳାବିକାଶ କେନ୍ଦ୍ରରେ ଡିଗ୍ରୀ ହାସଲ କଲାପରେ ଚିତ୍ରକଳାକୁ ଆଦରି ନେଇଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ତାଙ୍କ ଚିତ୍ର ଆଦୃତି ଲାଭ କରିଛି ା ତାଙ୍କ ପିତା ସୁରେନ୍ଦ୍ର ବାରିକ ଆରଡ଼ି ଅଞ୍ଚଳରେ ଜଣେ ଚିତ୍ରଶିଳ୍ପୀ ଭାବେ ମଧ୍ୟ ବେଶ ପରିଚିତ। କାନଭାସରେ କରୋନା ଚିତ୍ର ଆଙ୍କି ବାସ୍ତବରେ ମୃତ୍ୟୁଞ୍ଜୟ ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଆଗକୁ ସେ ସମାଜର ଅସହାୟମାନଙ୍କ ଜୀବନକୁ ନେଇ ଚିତ୍ରକଳା ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଏତଦ୍ବ୍ୟତୀତ ପୁରସ୍କାର ପାଇଁ ନୁହେଁ ବରଂ ସମାଜରେ ଦୁସ୍ଥ ଲୋକଙ୍କ ପାଇଁ ତାଙ୍କ ଚିତ୍ର ସାରା ପୃଥିବୀରେ ଆଦୃତି ଲାଭ କଲାଯାଏ ପ୍ରଚେଷ୍ଟା ଅବ୍ୟାହତ ରଖିବେ ବୋଲି ସେ କହିଛନ୍ତି।