କାଠଗଡାରେ ଚିଦାମ୍ବରମ

ନୂଆଦିଲ୍ଲୀ,୨୨।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି। ଦୀର୍ଘ ୩ ଘଣ୍ଟାର ଜେରା ପରେ ସେ କୋର୍ଟରେ ହାଜର ହୋଇଛନ୍ତି। ତେବେ ତାଙ୍କ ଓକିଲ କପିଲ ଶିବଲ କହିଛନ୍ତି, ଚିଦାମ୍ବରମ ଏଥିରେ ଦୋଷୀ ନୁହେଁ ବରଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଏହି ମାମଲାରେ ଦୋଷୀ ଯାହାଙ୍କୁ ଦିଲ୍ଲୀ ହାଇକୋର୍ଟ ୨୦୧୮ରୁ ବେଲ୍‌ ଦେଇସାରଛନ୍ତି। ସେହିପରି ସୁପ୍ରିମକୋର୍ଟ ମଧ୍ୟ ଜାମିନ ଦେବାକୁ ମନା କରି ନାହାଁନ୍ତି। ଏହାସହ ସମ୍ପୃକ୍ତ ଅନ୍ୟ ଦୋଷୀମାନଙ୍କୁ ମଧ୍ୟ ଜାମିନ ମିଳିଥିବା ବେଳେ ଏବେ ପି. ଚିଦାମ୍ବରମଙ୍କୁ ମଧ୍ୟ ଜାମିନ ମିଳିବା ଉଚିତ୍‌ ବୋଲି ସେ ଯୁକ୍ତି କରିଛନ୍ତି।