Pakistani Prime Minister Imran Khan attends a meeting of the Shanghai Cooperation Organisation (SCO) Council of Heads of State in Bishkek on June 14, 2019. (Photo by Alexey DRUZHININ / SPUTNIK / AFP)
ଇସ୍ଲାମାବାଦ,୧୮।୯: କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ କେତେବେଳେ କ’ଣ କରୁଛି, କ’ଣ କହୁଛି ନିଜେ ମଧ୍ୟ ଜାଣିପାରୁନାହିଁ। ଏନେଇ ପ୍ରତିଦିନ ପାକିସ୍ତାନର ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସୁଥିବା ବେଳେ କଶ୍ମୀରକୁ ପ୍ରସଙ୍ଗ କରି ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ଟାର୍ଗେଟ କରିବାରେ ଲାଗିଛି। ଏଭଳି ସ୍ଥିତିରେ ବୁଧବାର ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ଜାରି ହୋଇଥିବା କର୍ଫ୍ୟୁ ନ ହଟିଛି ସେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ଆଲୋଚନା କରିବ ନାହିଁ। ଅନ୍ୟପଟେ କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ଭିତରେ ଲାଗିରହିଥିବା ଉତ୍ତେଜନା ଏବେ ଚରମସୀମାରେ ପହଞ୍ଚିଛି। ଏହା ପୂର୍ବରୁ କଶ୍ମୀର ଉପରେ ପାକିସ୍ତାନ ସହ କୌଣସି ପ୍ରକାରର ଆଲୋଚନା ହେବ ନାହିଁ ବୋଲି ସଫା ସଫା ମନା କରିଦେଇଥିଲା ଭାରତ। ଏଥିସହ ଘାଟିରେ ଅନୁଚ୍ଛେଦ ୩୭୦ ହଟାଯିବା ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ।