Categories: Home Leftଖେଳ

କର୍ନାଟକ ପ୍ରିମିୟର ଲିଗ୍‌ ଦଳର ମାଲିକ ଗିରଫ

ବେଙ୍ଗାଲୁରୁ,୨୫।୯: କର୍ନାଟକ ପ୍ରିମିୟର କ୍ରିକେଟ ଲିଗ୍‌ ଦଳର ମାଲିକ ବେଟିଂ ସ୍କାଣ୍ଡାଲରେ ଜଡ଼ିତ ହେବା କାରଣରୁ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ଅଲି ଅଶଫାକ ଥାରା। ସେ କେପିଏଲ ଦଳ ବେଲାଗାଭି ପାନ୍ଥର୍ସ ଫ୍ରାଞ୍ଚାଇଜ ମାଲିକ। ପୋଲିସ ଯୁଗ୍ମ କମିଶନର ସନ୍ଦୀପ ପାଟିଲ କହିଛନ୍ତି, ବେଟିଂ ଷଡ଼ଯନ୍ତ୍ରରେ ଥାରା ଜଡ଼ିତ ଥିବା ଆମକୁ ପ୍ରମାଣ ମିଳିଛି। ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ତଦନ୍ତରୁ ଜଣାପଡ଼ିଛି ଯେ, କେପିଏଲ ଦଳ ଓ ଖେଳାଳିଙ୍କ ସହ ଥାରାଙ୍କ ସିଧାସଳଖ ଯୋଗାଯୋଗ ରହିଛି। ତାଙ୍କ ଦଳର କୋଚ୍‌ ଓ ଖେଳାଳିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଗତ ବର୍ଷ ବିଜାପୁର ବୁଲ୍ସ ଓ ହୁବଲି ଟାଇଗର୍ସ ମଧ୍ୟରେ ଖେଳାଯାଇଥିବା କେପିଏଲ ମ୍ୟାଚ୍‌ରେ ବେଟିଂ କମ୍ପାନି ସନ୍ଦେହ ଘେରକୁ ଆସିଥିଲେ। ଏହାପରେ ବିସିସିଆଇ ବେଙ୍ଗାଲୁରୁ ପାଲିସ ନିକଟରେ ମାମଲା ଦାୟାର କରିଥିଲା।